ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ବେଙ୍ଗାଲୁରୁ ଫେରନ୍ତା ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଆଜି ତାଙ୍କ ରକ୍ତ ଜୁଡୁବୁଡୁ ଶବକୁ ଏକ ନାଳରୁ ଉଦ୍ଧାର କରାଯାଇଛି।

ମୃତ ଯୁବକ ହେଲେ, ଫିରିଙ୍ଗିଆ ଥାନା କାସିନପଦର ଦାସୁରି ସାହିର ତିତି କହଁରଙ୍କ ପୁଅ ବିମଳ କହଁର(୨୫)। ବର୍ଷକ ପୂର୍ବେ କାମଧନ୍ଦା କରିବାକୁ ସେ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ଏକ କାରଖାନାରେ କାମ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ସେ ଫୁଲବାଣୀରେ ପହଞ୍ଚିଥିଲେ। ଆଜି ସକାଳେ ଏକ ନାଳରେ ତ‌ାଙ୍କର କ୍ଷତାକ୍ତ ମୃତଦେହ ପଡ଼ିଥିଲା। ବିମଳଙ୍କ ପରିବାରକୁ ଏନେଇ ଅବଗତ କରିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଶେଷ ଖବର ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ିନାହିଁ।